ଅକ୍ଷର ବ୍ୟୁରୋ: ଜଗତସିଂହପୁର ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଆସାମୀ ଗିରଫ । ମୁଖ୍ୟ ଆସାମୀ ସିକନ୍ଦର ଆଲାମକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ସିକନ୍ଦରକୁ ଯାଜପୁରରୁ ଗିରଫ କରିଛି ଜଗତସିଂହପୁର ପୁଲିସ । ସିକନ୍ଦରକୁ ଗିରଫ ସହ ତା ପାଖରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ସହ ପାସପୋର୍ଟ ଜବତ କରିଛି ପୁଲିସ । ସିକନ୍ଦରକୁ ଗିରଫ ପରେ ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି ପୁଲିସ । ସିକନ୍ଦରର ଜଗତ୍ସିଂହପୁର ସ୍ଥିତ ଘରେ ଚଢାଉ ପରେ ୭ ଦିନ ଧରି ସେ ଫେରାର ଥିଲା । ଜଗତସିଂହପୁର ଥାନା ଅଞ୍ଚଳ ବେହେରାମପୁର ବସ୍ତିରେ ଅନେକ ବାଂଲାଦେଶୀଙ୍କ ଘରେ ବୁଲଡୋଜର ଚଢାଇଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ସିକନ୍ଦର ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ରହି ଅନେକ ବାଂଲାଦେଶୀଙ୍କୁ ଆଣିବାରେ ସାହାଯ୍ୟ କରିଥିଲା । ଆଜି ସିକନ୍ଦର ଗିରଫ ପରେ ଅନେକ ତଥ୍ୟ ସାମନାକୁ ଆସିବ ବୋଲି କୁହଯାଉଛି । ଘଟଣା ପରେ ଜଗତ୍ସିଂହପୁର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାରେ ବାଂଲାଦେଶୀଙ୍କୁ ଯାଞ୍ଚ କରୁଛି ପୁଲିସ ।
ବାଂଲାଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଆସାମୀ ସିକନ୍ଦର ଆଲାମ ଗିରଫ ।












Leave a Reply