ଉତ୍କଳ ହସ୍ପିଟାଲରେ ଫାୟାର ସେଫ୍ଟି ମକ୍ ଡ୍ରିଲ୍ ଅନୁଷ୍ଠିତ; ଜରୁରୀକାଳୀନ ପରିସ୍ଥିତିରେ ସଚେତନତା ଉଦ୍ଦେଶ୍ୟରେ ଏହି ଶିକ୍ଷା ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱରର ନିଳାଦ୍ରି ବିହାରରେ ଥିବା ଉତ୍କଳ ହସ୍ପିଟାଲରେ ଏକ ଫାୟାର ସେଫ୍ଟି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଏହି ପ୍ରମୁଖ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ରାଜ୍ୟ ସରକାରଙ୍କ ଅଗ୍ନି ଓ ଜରୁରୀକାଳୀନ ବିଭାଗ ସହଯୋଗରେ ଏହି ଫାୟାର ସେଫ୍ଟି ମକ୍ ଡ୍ରିଲ୍ ସଫଳ ଭାବରେ ଆୟୋଜିତ ହୋଇଥିଲା। ଏହି ଡ୍ରିଲରେ ପ୍ରାୟ ୩୦ ଜଣ ଅଧିକାରୀ ଏବଂ ଉଦ୍ଧାରକାରୀ ଅଂଶଗ୍ରହଣ କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ତୁତି, ସାଧାରଣ ଲୋକଙ୍କ ସୁରକ୍ଷା ବୃଦ୍ଧି, ଏବଂ ଅଗ୍ନିନିର୍ବାପନ ସମ୍ପର୍କିତ ପ୍ରାକ୍ଟିକାଲ୍ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା।

ଏହି ଅଭ୍ୟାସରେ ବହୁତଳ କୋଠାରୁ ଉଦ୍ଧାର ପ୍ରକ୍ରିୟା, ଆଧୁନିକ ଅଗ୍ନିନିର୍ବାପନ ଯନ୍ତ୍ରପାତିର ବ୍ୟବହାର, LPG ସିଲିଣ୍ଡର ଅଗ୍ନି ନିୟନ୍ତ୍ରଣ ପ୍ରକ୍ରିୟା, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ଏବଂ ହସ୍ପିଟାଲ ଭିତରେ ଓ ବାହାରେ ଅଗ୍ନି ପରିଚାଳନା ପ୍ରକ୍ରିୟା କିପର ସଠିକ୍ ରୂପେ କରାଯାଇ ପାରିବ, ତାହାର ଏକ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା। ଭୁବନେଶ୍ୱର ସର୍କଲ୍ DFO ନାରାୟଣ ଦାଶ, ଷ୍ଟେସନ୍ ଅଫିସର୍ ଚିନ୍ମୟ ବାରିକ, AFO କୁନୁ ନାୟକ, AFO ମନୋରଞ୍ଜନ ରାଉତ ପ୍ରମୁଖ ଏହି ଡ୍ରିଲ୍‌ର ନେତୃତ୍ୱ ନେଇଥିଲେ। ଏହି ଅଭ୍ୟାସରେ ପ୍ରଶିକ୍ଷିତ ଫାୟାର ଫାଇଟର୍ ଟିମ୍ ଅଂଶଗ୍ରହଣ କରିଥିଲେ।

ଉତ୍କଳ ହସ୍ପିଟାଲର ପ୍ରମୁଖ କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଉତ୍କଳ ହସ୍ପିଟାଲ CEO ବି.କେ.ସୁବୋଧ ସିଂହ, G.M. (ପ୍ରୋଜେକ୍ଟ ଏବଂ ମେଣ୍ଟେନାନ୍ସ) ସେଖ୍ ସିକନ୍ଦର, ଫାୟାର ଅଫିସର୍ ସତ୍ୟଜିତ ସାହୁ, CFO ଅରୁଣ ଖିଲାର, H.R. Head ସନ୍ଦୀପ ନାୟକ, G.M. (ହସ୍ପିଟାଲିଟି ଏବଂ ଆଡମିନିଷ୍ଟ୍ରେସନ୍) ତନ୍ମୟ ଚୌଧୁରୀ, ସିନିୟର ମ୍ୟାନେଜର (ଅପରେସନ୍ସ) ଡ଼ଃ ଜ୍ୟୋତିସ୍ମୟ ମହାପାତ୍ର ଏବଂ ଚିଫ୍ ସିକ୍ୟୁରିଟି ଅଫିସର୍ ବିଶ୍ୱଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା, ହସ୍ପିଟାଲ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ତତ୍କାଳୀନ ସମୟରେ ଦ୍ରୁତ ଏବଂ ସଠିକ୍ ପ୍ରତିକ୍ରିୟା ସମ୍ଭବ କରାଇବା। ଏହି ସେସନ୍ ଅତ୍ୟନ୍ତ ଶିକ୍ଷାମୂଳକ ଥିବାବେଳେ ହସ୍ପିଟାଲର କର୍ମଚାରୀମାନଙ୍କର ସୁରକ୍ଷା ସଚେତନତା ଓ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିଛି। ଶେଷରେ ଉତ୍କଳ ହସ୍ପିଟାଲ ପରିଚାଳନା ପକ୍ଷରୁ ଫାୟାର ବିଭାଗକୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)