ରାଜ୍ୟକୁ ପୁଣି ଫେରିଛି ଶୀତ; ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ।

ଅକ୍ଷର ବ୍ୟୁରୋ: କିଛିଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଛି ଶୀତ । ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ ଖସିଯାଇଛି । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବା ସହ ଥଣ୍ଡା ବଢ଼ିଯିବ । ଶୀତକୁ ନେଇ ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁଇ ଦିନରେ ୨ରୁ ୩ ଡିଗ୍ରୀ କମିବା ପରେ ରାତି ତାପମାତ୍ରା ପୁଣି ବଢ଼ିବ । ୨ ଦିନ ପରେ ପରବର୍ତ୍ତୀ ୫ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ।

ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀରୁ ତଳେ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ରାତିରେ ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୮.୬ ଡିଗ୍ରୀ ରହିଥିଲା । ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ, ରାଉରକେଲାରେ ୧୦.୧, ଝାରସୁଗୁଡ଼ାରେ ୧୦.୪, ଫୁଲବାଣୀରେ ୧୨, କେନ୍ଦୁଝରରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, କୋରାପୁଟରେ ୧୩.୨, ବାରିପଦାରେ ୧୨.୬, ଭବାନୀପାଟଣା ଓ ନବରଙ୍ଗପୁରରେ ୧୩.୮, ଭଦ୍ରକରେ ୧୪, ଢେଙ୍କାନାଳରେ ୧୪.୧, ରାୟଗଡ଼ାରେ ୧୪.୪, ସମ୍ବଲପୁରରେ ୧୫.୨, ବଲାଙ୍ଗିରରେ ରାତି ତାପମାତ୍ରା ୧୫.୫ ଡିଗ୍ରୀ ରହିଥିଲା । କଟକରେ ୧୪.୬ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ୧୬ ଡିଗ୍ରୀ ରେକର୍ଡ ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)