ଅକ୍ଷର ବ୍ୟୁରୋ: ଶୀତ ଅଧିବେଶନର ତୃତୀୟ ଦିନରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି, ୪ ହଜାରରୁ ଊର୍ଦ୍ଧ୍ୱ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କରିଛନ୍ତି ସରକାର । ପୂର୍ବାପେକ୍ଷା ଅଢ଼େଇ କୋଟି ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି ସରକାର । ୫ କୋଟି ବଦଳରେ ୭ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ସରକାର । ଦେବୋତ୍ତର କମିଶନଙ୍କ ଅଧୀନରେ ରହିଛି ୧୮ ହଜାରରୁ ଊର୍ଦ୍ଧ୍ୱ ମନ୍ଦିର । ସେଥିମଧ୍ୟରୁ ୪୧୪୫ ମନ୍ଦିରକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି ।
ସେହିପରି ଗୃହରେ ଶିଶୁ ଓ ମହିଳା ବିକାଶ ତଦନ୍ତ ଉପରେ ଆଲୋଚନା ଚାଲିଛି । ସୁଭଦ୍ରା ଟଙ୍କା କଥା ଗୃହରେ ଉଠିଛି ତା’ର ଉତ୍ତରରେ ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି । ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି । ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ।












Leave a Reply