ସାଧାରଣତନ୍ତ୍ର ଦିବସରେ ଆମିଷ ବ୍ୟାନ ନିଷ୍ପତ୍ତି ପ୍ରତ୍ୟାହାର କଲେ ଜିଲ୍ଲାପାଳ

ଅକ୍ଷର ବ୍ୟୁରୋ: କୋରାପୁଟ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସରେ ଆମିଷ ବ୍ୟାନ ନିଷ୍ପତ୍ତି ବଦଳାଇଲେ ଜିଲ୍ଲାପାଳ । ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ସ୍ୱାଭାବିକ ରହିବ । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ କୋରାପୁଟ ଜିଲ୍ଲାରେ ଆମିଷ ଖାଦ୍ୟ ବିକ୍ରି ଉପରେ ଯେଉଁ ନିଷେଧାଦେଶ ଜାରି କରାଯାଇଥିଲା, ତାହାକୁ ଜିଲ୍ଲାପାଳ ପ୍ରତ୍ୟାହାର କରିଛନ୍ତି । ସମସ୍ତ ପରିସ୍ଥିତିକୁ ସୁଚିନ୍ତିତ ଭାବେ ବିଚାର କରି କଟକଣା ହଟାଇଲେ ଜିଲ୍ଲାପାଳ । ପୂର୍ବରୁ ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲ୍ଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଆସନ୍ତାକାଲି ଆମିଷ ବିକ୍ରି କଟକଣାକୁ କୋରାପୁଟ ଜିଲ୍ଲାପାଳ ହଟାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)