ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ; ୩ଜଣଙ୍କୁ ଗିରଫ କରିଛି ପୋଲିସ ।

ଅକ୍ଷର ବ୍ୟୁରୋ: ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବାପ, ପୁଅ ଓ ଜ୍ୱାଇଁ ଗିରଫ । ବରଗଡ଼ ଜିଲ୍ଲା ଭେଡେନ ଥାନା ରେମଣ୍ଡା ପଞ୍ଚାୟତରେ ଚାଞ୍ଚଲ୍ୟ । ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୩ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୩ ଅଭିଯୁକ୍ତ ବିକ୍ରମ ସରାଫ, ପପୁନ ଓ ପ୍ରତାପ ସରାଫ । ସମସ୍ତ ଅଭିଯୁକ୍ତ ଯୁବତୀଙ୍କ ସମ୍ପର୍କୀୟ ମାମୁ ଓ ଭାଇ । ଯୁବତୀ ଜଣକ ୧୨ ବର୍ଷ ହେଲା ମାମୁଘରେ ରହୁଥିଲେ । ଗତ ଡିସେମ୍ବର ୧୦ ତାରିଖରେ ଝିଅକୁ ନେଇଯିବାକୁ ଘର ଲୋକଙ୍କୁ କହିଥିଲେ ମାମୁ । ପରେ ଯୁବତୀ ଜଣକ ଘରକୁ ଯିବା ପରେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ପରେ ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ ପୀଡିତା । ଗଣଦୁଷ୍କର୍ମ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ କରି ୩ଜଣଙ୍କୁ ଗିରଫ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)