ବିଜେପି ବିଜେଡି ମୁହାଁମୁହିଁ; ଆମ ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ନିଶ୍ଚୟ ଜିତିବେ କହିଲେ ଏକ୍ରାମ ବିଧାୟକ ବାବୁ ସିଂ ।

ଅକ୍ଷର ବ୍ୟୁରୋ: ବିଜେପି ବିଜେଡି ମୁହାଁମୁହିଁ । ସଂଖ୍ୟା ନଥାଇ ବିଜେପି କେମିତି ଜିତିବାକୁ ଚେଷ୍ଟା କରୁଛି ବୋଲି କହି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ । ଖାଲି ଏତିକି ନୁହେଁ, ଗଣତନ୍ତ୍ରକୁ ଏହା କି ବାର୍ତ୍ତା ଦେବ ବୋଲି ସେ ଦୋହରାଇଛନ୍ତି । ତାହାର ପ୍ରତିକ୍ରିୟା ଦେଇ ‘ଆମ ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ନିଶ୍ଚୟ ଜିତିବେ କହିଛନ୍ତି ଏକ୍ରାମ ବିଧାୟକ ବାବୁ ସିଂ’ । ‘ଆମକୁ ଗୁରୁଜ୍ଞାନ ଦେଉଛନ୍ତି କଣ, ସେମାନେ ସେମାନଙ୍କ କଥା ଚିନ୍ତା କରନ୍ତୁ । ବୈଷ୍ଣବ ପରିଡାଙ୍କୁ ଛିଡ଼ା କରି ସଂଖ୍ୟା ନ ଥାଇ ସେମାନେ କେମିତି ଜିତିଲେ । ତେଣୁ ଅରୁଣ ଆମକୁ ଜ୍ଞାନ ନ ଦେଇ ନିଜେ ଚିନ୍ତା କରନ୍ତୁ ବୋଲି କହିଛନ୍ତି ବାବୁ ସିଂ। ଭକ୍ତଙ୍କୁ ଏବେ ନବୀନ ଭୂତ ଲାଗିଛି, ୧୬ ତାରିଖ ପରେ ସେ ଭୂତ ଛାଡ଼ିଯିବ’ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)