ଆସନ୍ତା ୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଅକ୍ଷର ବ୍ୟୁରୋ: ଆସନ୍ତା ୨ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସହିତ ପରିଚାଳନା କମିଟି ସଦସ୍ୟମାନେ ଭାଗ ନେବେ । ତେବେ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଥିବା ବେଳେ ତାରିଖ ଓ ଶୁଭ ବେଳା ସ୍ଥିର କରାଯିବ । ଏଥିସହ ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ତାହା ମଧ୍ୟ ଚୂଡାନ୍ତ ହେବ । ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ସେଟ୍ କେବେ ବ୍ୟବହାର ହେବ ସେନେଇ ଆଲୋଚନା ହେବ । ଶ୍ରୀମନ୍ଦିର ଭିତରେ ଉଭୟ ପୋଲିସ ଓ ସେବକଙ୍କ ମୋବାଇଲ ଫୋନ୍ ବାରଣ, ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ମଧ୍ୟ ହେବ ଆଲୋଚନା । ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)