ଅନନ୍ତ କୁମାର ସାହୁ ହେଲେ ବୁଢ଼ାପାଳ ବିଜେପି ମଣ୍ଡଳର ସଭାପତି ।

ଭାରତୀୟ ଜନତା ପାର୍ଟିର ନବ ନିର୍ବାଚିତ ମଣ୍ଡଳ ସଭାପତି ଘୋଷଣା ହୋଇଯାଇଛି। ଦେବଗଡ ଜିଲ୍ଲା ବିଧାନସଭା ମଣ୍ଡଳୀରେ ତିନୋଟି ବ୍ଲକ ମଧ୍ୟରୁ ୮ମଣ୍ଡଳ ସଭାପତି ଗଠନ ହୋଇଥାଏ। ପୂର୍ବରୁ ନୂତନ ଜିଲ୍ଲା ବିଜେପି ସଭାପତି ଓ ଆଠଟି ମଣ୍ଡଳ ସଭାପତିର ଛଅ ଜଣ ମଣ୍ଡଳ ସଭାପତି ଘୋଷଣା କରାଯାଇଥିଲା। ବର୍ତ୍ତମାନ ବିଧିବଦ୍ଧ ଭାବେ ଗତ ୧୨ତାରିଖ ଦିନ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ସ୍ୱାକ୍ଷର ଜରିଆରେ ଆଜି ଆଉ ଦୁଇ ଜଣଙ୍କ ମଣ୍ଡଳ ସଭାପତି ନାମ ଘୋଷଣା କରିଛନ୍ତି। କଣ୍ଢଳ ମଣ୍ଡଳର ସଭାପତି ଶ୍ରୀ ଅରୁଣ କୁମାର ମହାପାତ୍ରଙ୍କ ନାମ ଘୋଷଣା କରିଥିବା ବେଳେ ବୁଢ଼ାପାଳ ମଣ୍ଡଳର ସଭାପତି ଭାବରେ ଶ୍ରୀ ଅନନ୍ତ କୁମାର ସାହୁଙ୍କ ନାମ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)