ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ।

ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ମୂଷାବିରା ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ । ୨୦ରୁ ଅଧିକ ଗୁରୁତର ଅଛନ୍ତି । ବସ୍ ଡ୍ରାଇଭର ଓ ହେଲପର ଏବଂ ଡମ୍ପର ଡ୍ରାଇଭରଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସମସ୍ତ ଆହତ ଯାଜପୁର ଦଶରଥପୁରର ବୋଲି ଜଣାପଡ଼ିଛି । ଗତକାଲି ରାତିରେ ରାଉରକେଲାରୁ ଯାଜପୁର ଯାଉଥିବା ବେଳେ ପ୍ରମିଳା ନାମକ ଘରୋଇ ବସ୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହକଙ୍କୁ ଉଦ୍ଧାର କରିଥିଲା । ବସକୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ଯାତ୍ରୀଙ୍କୁ ବାହାର କରିଥିଲେ ଅଗ୍ନିଶମ କର୍ମଚାରୀ । ଆହତମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଗୁରୁତର ଓ ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)