ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା । ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ମଧ୍ୟରେ ହାତାହାତି । ସେବା ଖଟିବା ବିବାଦକୁ ନେଇ ଘଟିଛି ଏହି ଘଟଣା । ଗତକାଲି ରତ୍ନଭଣ୍ଡାର ଗଣତିମଣତି ସମୟରେ ଦାଦା ପୁତୁରା ହାତାହାତି ହୋଇଥିଲେ । ଭଣ୍ଡାର ମେକାପ ମଧୁସୂଦନ ମେକାପ ଓ ପୁତୁରା ନାରାୟଣ ମେକାପଙ୍କ ମଧ୍ୟରେ ହାତାହାତି ଏବଂ ପାଟିତୁଣ୍ଡ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ହାଇଲେଭଲ କମିଟି ଅଧ୍ୟକ୍ଷଙ୍କ ସାମ୍ନାରେ ଏହି ଘଟଣା ଘଟିଥିଲା । ପ୍ରାଶାସନିକ ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ଯୋଗୁଁ ବଡ଼ ଅଘଟଣ ଟଳି ଯାଇଥିଲା । ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବକ ଦାଦା ଓ ପୁତୁରାଙ୍କୁ ସସପେଣ୍ଡ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ କୌଣସି ପରିସ୍ଥିତିରେ ଏହିଭଳି ଘଟଣା ବରଦାସ୍ତ କରାଯିବ ନାହିଁ ବୋଲି କହି ନିଲମ୍ବିତ କରିଛନ୍ତି ।
ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା; ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ମଧ୍ୟରେ ପାଟିତୁଣ୍ଡ, ନିଲମ୍ବନା କଲା ଶ୍ରୀମନ୍ଦିର ପ୍ରଶାସନ ।












Leave a Reply