ୟୁନିଟ-୨ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ୟୁନିଟ୍-୫ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପରିବର୍ତ୍ତେ ୟୁନିଟ-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ବିଦ୍ୟାଳୟ ପରିସରରେ ନୂତନ ଗୃହରେ ଜନଶୁଣାଣି କରାଯାଇଛି । ତେବେ ଖରା ଯୋଗୁଁ ସକାଳ ୮ଟାରୁ ଜନଶୁଣାଣି ଆରମ୍ଭ ହୋଇଛି । ତେଣୁ ସକାଳ ୮ଟା ସୁଦ୍ଧା ଅଭିଯୋଗକାରୀ ଆସି ୟୁନିଟ-୨ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ପହଞ୍ଚିଛନ୍ତି । ଅଭିଯୋଗକାରୀ ଆସିବା ବେଳେ ପଞ୍ଜୀକରଣ ପ୍ରାପ୍ତିସ୍ୱୀକାର ପତ୍ର, ପରିଚୟପତ୍ର ତଥା ଅଭିଯୋଗପତ୍ର ଆଣିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଜନଶୁଣାଣି ପାଇଁ ୧୬ ତାରିଖଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଥିଲା । ସର୍ବାଧିକ ୧୦୦୦ ଜଣ ସେମାନଙ୍କ ନାଁ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଅଛନ୍ତି ଆଉ ୬ଜଣ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)