କରଲଗା ଓ ପଳସମା ପଞ୍ଚାୟତଠାରେ ବିଜୁ ଜନତା ଦଳର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର କରଲଗା ପଞ୍ଚାୟତଠାରେ ଏବଂ ପଳସମା ପଞ୍ଚାୟତ ଠାରେ ବିଜୁଜନତା (ବିଜେଡି) ଦଳର ଉନ୍ନତି ମୂଳକ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କୌଶିକ କୁମାର ପ୍ରଧାନ ଏବଂ ସମାଜସେବୀ ହିରାଲାଲ ସାହୁ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ମଧୁସୂଦନ ପ୍ରଧାନଙ୍କ ଉପସ୍ଥିତିରେ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗାମୀ ଦିନରେ ସମସ୍ତ ଗ୍ରାମର ୱାର୍ଡରେ କ’ଣ ସବୁ ଉନ୍ନତି ମୂଳକ ହେବ ତା ଉପରେ ଆଲୋଚନା କରି ୱାର୍ଡ ସ୍ତରରୁ ଲୋକମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ପରାମର୍ଶ ଦେଇଥିଲେ। କରଲଗା ପଞ୍ଚାୟତର ପୂର୍ବତନ ସରପଞ୍ଚ କୁଳମଣି ରାଉତ ଏବଂ ପଳସମା ପଞ୍ଚାୟତର ସରପଞ୍ଚ ଶ୍ରୀ ସୁଶିଲ କୁମାର, ସମିତିସଭ୍ୟ, ବିଜୁ ଜନତା ଦଳର ଅନେକ କର୍ମୀ ଯୋଗ ଦେଇଥିଲେ। ବିଜୁ ଜନତା ଦଳକୁ ସୁଦୃଢ଼ କରିବା ପାଇଁ ମଧ୍ୟ ବିଧାୟକ ଶ୍ରୀ ବିଶ୍ଵାଳ ସମସ୍ତ ବିଜୁଜନତା ଦଳର କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)