ନେପାଳରେ ଭୂକମ୍ପ ଝଟକା! ୫.୩ ତୀବ୍ରତାରେ ଥରିଲା ମୁସ୍ତାଙ୍ଗ, ଭୟରେ ଘରୁ ବାହାରିଲେ ଲୋକେ

ନେପାଳ: ନେପାଳରେ ଭୂକମ୍ପ ଝଟକା। ମଙ୍ଗଳବାର ରାତିରେ ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ହଠାତ୍‌ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଭୟରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତଙ୍କ ଖବର ମିଳିନାହିଁ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୯ଟା ୫୩ ମିନିଟ୍‌ ସମୟରେ ମୁସ୍ତାଙ୍ଗ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। National Center for Seismology (NCS) ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଲୋମନ୍ଥାଙ୍ଗ ଅଞ୍ଚଳରେ ଥିବା ବେଳେ ଏହା ପ୍ରାୟ ୩୫ କିଲୋମିଟର ଗଭୀରତାରେ ଥିବା ଜଣାପଡ଼ିଛି। ଭୂକମ୍ପର ଝଟକା ନେପାଳର ମୁସ୍ତାଙ୍ଗ, ବାଗଲୁଙ୍ଗ, ଧୋଲାଗିରି ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଭୂକମ୍ପ ପରେ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତଙ୍କ ରିପୋର୍ଟ ମିଳିନାହିଁ। ସ୍ଥିତି ଉପରେ ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial