ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ପ୍ରେସଛକରେ ଥିବା ମାଛ ମାର୍କେଟରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ

ଅକ୍ଷର ବ୍ୟୁରୋ: ପ୍ରେସଛକରେ ଥିବା ମାଛ ମାର୍କେଟରେ ଆୟତ୍ତ ହେଲା ନିଆଁ | ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ । ନିଆଁ ଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡି ଓ ୩୫ରୁ ଉର୍ଦ୍ଧ୍ବ ଅଗ୍ନିଶମବାହିନୀ ନିୟୋଜିତ ହୋଇଥିଲେ । ରାତି ପ୍ରାୟ ୩ଟା ବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା | ଏହି ଅଗ୍ନିକାଣ୍ଡରେ ପୁରା ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଛି | ନିକଟରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଯାହାଫଳରେ ବ୍ୟାଙ୍କର ପରିସର ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

ତେବେ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ହୋଇନାହିଁ | ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି | ନିଆଁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି | ନିଆଁର ପ୍ରକୋପ ଏତେ ଥିଲା ଯେ ଓଭରବ୍ରିଜ ଉପର ଯାଏ ନିଆଁ ଉଠିଯାଇଥିଲା | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ବ୍ୟବସାୟୀଙ୍କ ବିଡ଼ା ବିଡ଼ା ଟଙ୍କା ପୋଡ଼ି ନଷ୍ଟ ହୋଇଯାଇଛି । ୩୦ ଲକ୍ଷରୁ ଅଧିକ ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଛି | ଚାରିଆଡ଼େ ଧୂଆଁ ଭର୍ତ୍ତି ହୋଇଯାଇଥିବାରୁ ଭିତରକୁ ପଶିବା କଷ୍ଟକର ହୋଇଯାଇଥିଲା |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial