ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତି ପାଇବେ ପୂର୍ଣ୍ଣ ପେନସନ।

ବିଚାରପତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତ। ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତି ପାଇବେ ପୂର୍ଣ୍ଣ ପେନସନ। CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ମିଳିବ ପୂର୍ଣ୍ଣ ପେନସନ। ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନସନ ପାଇବେ ବୋଲି ସ୍ପଷ୍ଟ କରାଯାଇଛି। ଏଣିକି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍‌ ପାର୍ଥକ୍ୟ ରହିବ ନାହିଁ। 

ସର୍ବୋଚ୍ଚ ଅଦାଲତ କହିଛନ୍ତି, ବିଚାରପତି ମାନଙ୍କ ମଧ୍ୟରେ ଭେଦଭାବ ସମ୍ବିଧାନର ଧାରା-୧୪ର ଉଲଘଂନ କରୁଛି। ତେଣୁ ସମସ୍ତ ହାଇକୋର୍ଟ ବିରାରପତିଙ୍କୁ ପୂର୍ଣ୍ଣ ପେନସନ ଦିଆଯିବା ନେଇ ଆମେ ବିଚାର କରିଛୁ। ସେହିପରି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ଭେଦଭାବ ହେବା ବି ଠିକ୍ କଥା ନୁହେଁ। ସମସ୍ତ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ସ୍ଥାୟୀ କିମ୍ବା ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟ କରିଥିବେ, ସେମାନେ ସମସ୍ତେ ସମାନ ପେନସନ ଏବଂ ଅବସରକାଳୀନ ସୁବିଧା ପାଇବାକୁ ହକଦାର। ସେହିପରି ଅତିରିକ୍ତ ବିଚାରପତିମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ସମାନ ଭାବେ ସୁବିଧା ସୁଯୋଗ ମିଳିବ। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)