ମୋରବିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣାଗାଡ଼ି ଧକ୍କାରେ ୫ ମୃତ

ଅକ୍ଷର ବ୍ୟୁରୋ: ମୋରବିର ହଲବଦ ଅଞ୍ଚଳରେ ଚରାଡବା ଗାଁ ନିକଟରେ ଅଜଣାଗାଡ଼ି ଧକ୍କାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ହଲବଦ ଗାଁର ୭ ଜଣ ଲୋକ କାରରେ କୌଣସି କାମ ପାଇଁ ଚରାବଡ ଗାଁ ନିକଟରେ ଯାଉଥିବା ବେଳେ ଅଜଣାଗାଡ଼ି ଆସି ପଛରୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଘଟଣା ସ୍ଥଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିଲା ବେଳେ ଅନ୍ୟ ଦୁଇ ଜଣଙ୍କର ହସପିଟାଲରେ ମୃତ୍ୟୁ ହୋଇଥିଲା । ଖବର ପାଇ ପରେ ପୋଲିସ ଟିମ୍ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)