ଗିରଫ ପରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ । କୁହାଯାଉଛି ନିଜ ଭିଡିଓ ମାଧ୍ୟମରେ ଏବଂ ଜିଓଟ୍ୟାଗ୍ ମାଧ୍ୟମରେ ଭାରତର ସମ୍ବେଦନଶୀଳ ସ୍ଥାନର ସବିଶେଷ ତଥ୍ୟ ଦେବାରେ ଜ୍ୟୋତି ପାକିସ୍ତାନ ଏଜେଣ୍ଟଙ୍କୁ ସାହାଯ୍ୟ କରୁଥିଲେ । ଜ୍ୟୋତି ପାକିସ୍ତାନ ଗସ୍ତ ବେଳେ ତାଙ୍କୁ ବିଭିନ୍ନ ତାଲିମ ଦିଆଯାଉଥିଲା । କେଉଁ ଆଙ୍ଗେଲରେ କ୍ୟାମେରା ଧରିବେ, କ୍ୟାମେରାରେ କଣ କଣ ଦେଖାଇବେ ଏବଂ କେଉଁ ସ୍ଥାନରେ କେଉଁ କ୍ୟାମେରା ବ୍ୟବହାର କରିବେ ସବୁ ପ୍ରକାର ଟ୍ରେନିଂ ଦିଆଯାଉଥିଲା । ଯେତେବେଳେ ପହଲଗାମ୍ ଆକ୍ରମଣର ବଦଲା ନେବାକୁ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରାଗଲା ଆଉ ପାକିସ୍ତାନକୁ ପାନେ ଦେବାକୁ ପାକ୍ ର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଗଲା । ଆଉ ପାକିସ୍ତାନ ପଟୁ ହେଉଥିବା ଆକ୍ରମଣକୁ ପଣ୍ଡ କରି ଯେତେବେଳେ ନାଗରିକଙ୍କ ସୁରକ୍ଷା ପାଇଁ ବ୍ଲାକ ଆଉଟ୍ ଭଳି ପନ୍ଥା ଆପଣା ଯାଉଥିଲା ଠିକ୍ ସେତେବେଳେ ଏ ଗଦ୍ଦାର, ଏ ବେଇମାନ, ଏ ଦେଶଦ୍ରୋହୀ ଜ୍ୟୋତି ମଲହୋତ୍ରା ପାକିସ୍ତାନ ସହ ସମ୍ପର୍କରେ ଥିଲେ । ଆଉ ଶତ୍ରୁ ଦେଶକୁ ଭାରତରେ ଘଟୁଥିବା ଘଟଣାର ଅପଡେଟ୍ ଦେଉଥିଲେ।
କେତେବେଳେ ସାଇରନ ବାଜିଲା, କେତେବେଳେ କେଉଁଠି ବ୍ଲାକ ଆଉଟ୍ ହେଲା ସବୁ ତଥ୍ୟ ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କୁ ଦେଉଥିଲେ ଜ୍ୟୋତି । ସୀମାବର୍ତ୍ତୀ ଅଞ୍ଚଳରେ ସାଇରନ୍ ବାଜିବା ଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧୀରେଧୀରେ ଜ୍ୟୋତିଙ୍କ ସବୁ ହରକତ୍ ଧରାପଡ଼ୁଛି । ଫରେନ୍ସିକ୍ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚ ବେଳେ ଜଣାପଡିଛି ।
ଜ୍ୟୋତି ବି ମାନିଛନ୍ତି ସେ ଭାରତରେ ଥିବା ପାକ୍ ଦୂତାବାସ କର୍ମଚାରୀଙ୍କ ସହ ଲିଙ୍କରେ ଥିଲେ ବୋଲି । ପାକିସ୍ତାନରୁ ଜ୍ୟୋତିଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିବା ନେଇ ଅଭିଯୋଗ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ତଦନ୍ତ କରାଯାଉଛି । ଯାହା ଜ୍ୟୋତିଙ୍କ ଗୁମର ଫିଟାଇବାରେ ସହାୟକ ହୋଇପାରେ । ଲମ୍ବା ଭିଡିଓ ବ୍ଲଗ କରୁଥିଲେ ଜ୍ୟୋତି । ଯାହାର ଅବଧି ୩୦ ମିନିଟ୍ ରହୁଥିଲା । ଯେଉଁଥିରେ ସେ ଜମ୍ମୁର ସମ୍ବେଦନଶୀଳ ସ୍ଥାନ ସବୁ ଦେଖାଉଥିଲେ । ଛୋଟ ଭିଡିଓ ମାଧ୍ୟମରେ ସେ ମଧ୍ୟ ତଥ୍ୟ ଦେଉଥିଲେ, ଯାହାର ଅବଧି ରହୁଥିଲା ୧ ମିନିଟ୍ । ଲାଇଭ ଚାଟ୍- ଯେଉଁଥିରେ ଜ୍ୟୋତି ଲାଇଭ ଲୋକେସନର ଦୃଶ୍ୟ ଦେଖାଇବା ବେଳେ ଜ୍ୟୋତିଙ୍କ ପାକିସ୍ତାନୀ ପ୍ରଶଂସକ ତାଙ୍କୁ ଉକ୍ତ ସ୍ଥାନର ନାଁ ଏବଂ ସବିଶେଷ ତଥ୍ୟ ପଚାରନ୍ତି ଆଉ ଜ୍ୟୋତି ତାର ଉତ୍ତର ଦିଅନ୍ତି । ଯାହା ପାକିସ୍ତାନୀ ଏଜେଣ୍ଟଙ୍କ ପାଇଁ ହିଁ ପରୋକ୍ଷରେ ସନ୍ଦେଶ ଥାଏ।
କୁହାଯାଉଛି କି, ଜ୍ୟୋତି ଯେଉଁ କ୍ୟାମେରା ବ୍ୟବହାର କରୁଥିଲେ ସେଥିରେ ସେଲ୍ଫି ମୋଡ୍ ହିଁ ନଥିଲା । ବ୍ୟାକ କ୍ୟାମେରାରେ ଯେମିତି ସବୁ ଲେଖା ସ୍ପଷ୍ଟ ରୁହେ, ସେଲ୍ଫି ଭିଡିଓରେ ବି ସେସବୁ ସ୍ପଷ୍ଟ ଦେଖା ଯାଉଥିଲା । ଯାହାକି ପାକିସ୍ତାନୀ ଏଜେଣ୍ଟଙ୍କୁ ସହଜ ହେବ ଉକ୍ତ ସ୍ଥାନର ପୂରା ଡିଟେଲ୍ସ ଜାଣିବାକୁ । ସେପଟେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ଜ୍ୟୋତି ଲିଙ୍କରେ ଥିବା ମାନିଛନ୍ତି । ପଚରାଉଚରା ସମୟରେ ଜ୍ୟୋତି କହିଛନ୍ତି, “୨୦୨୩ ମସିହାରେ, ମୁଁ ପାକିସ୍ତାନ ଯାତ୍ରା ପାଇଁ ଭିସା ବିଷୟରେ ପଚାରିବା ପାଇଁ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ୍ ଯାଇଥିଲି “। ତେବେ ପାକିସ୍ତାନ, ଚାଇନା ବୁଲିବା ପରେ ଜ୍ୟୋତି ବାଂଲାଦେଶ ମଧ୍ୟ ବୁଲି ଯିବାର ପ୍ଲାନ କରିଥିଲେ । ଜ୍ୟୋତିଙ୍କ ପ୍ରାଥମିକ ତଦନ୍ତ ଶେଷ ହୋଇଛି ପ୍ରାଥମିକ ଜେରାରେ ସତ ମାନିଛନ୍ତି ପାକିସ୍ତାନୀ ଗୁପ୍ତଚର ପାକିସ୍ତାନୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା ସ୍ପଷ୍ଟ ‘ଟ୍ରାଭେଲ ୱିଥ୍ ଜୋ’ ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଅଛି ୨୦୨୩ରେ ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିଲେ ଭିସା ପାଇଁ ପାକିସ୍ତାନ ହାଇକମିସନ୍ କାର୍ଯ୍ୟାଳୟ ଅଫିସ ଯାଇଥିଲେ ଜ୍ୟୋତି ସେଠାରେ ଅହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଜ୍ୟୋତିଙ୍କ ଭେଟ ହୋଇଥିଲା।













Leave a Reply