ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ବିଜେଡି ଟାର୍ଗେଟ୍‌ କରିଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ:

ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ରାଜନୀତି ଜୋର ଧରିଛି। ଦିନକୁ ଦିନ ଅପରାଧ ବଢିବାରେ ଲାଗିଥିବା ବେଳେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେଡି। ଏହାର ପ୍ରତିକ୍ରିୟା ରଖିବାକୁ ଯାଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୧୦ ମାସ ଭିତରେ ଯେତିକି କ୍ରାଇମ୍ ହୋଇଛି ସବୁ କେସ୍‌ରେ ୨୪ରୁ ୭୨ ଘଣ୍ଟା ଭିତରେ ଆକ୍ସନ ନିଆଯାଉଛି । ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ ମଧ୍ୟ କରାଯାଉଛି । ଆବଶ୍ୟକ ପଡିଲେ ଏକାଉଣ୍ଟର ବି କରାଯାଉଛି । କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସରକାର ରାଜନୈତିକ ସୁରକ୍ଷା ଦେଉନାହାନ୍ତି । ପୁଲିସକୁ ତଦନ୍ତ ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଦଣ୍ଡ ବିଧାନ ହାରରେ ପରିବର୍ତ୍ତନ ଆସିଛି । ଆସାମୀକୁ ଧରି ଯଥାଶୀଘ୍ର ଦଣ୍ଡ ବିଧାନ ମଧ୍ୟ କରାଯାଉଛି । 
 
ସେ ଆହୁରି ମଧ୍ୟ କହିଛନ୍ତି,ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସରକାର ତତ୍ପର ଅଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଶୂନ୍ୟ ସହନଶୀଳ ନୀତିରେ କାମ କରୁଛନ୍ତି ସରକାର । ଅତୀତରେ ବି ଅପରାଧ ହେଉଥିଲା,ଆଜି ଯେଉଁ ମାନେ କହୁଛନ୍ତି ସେମାନେ ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି ବୋଧେ । ସେତେବେଳେ ସେମାନଙ୍କର ଭୂମିକା କ’ଣ ଥିଲା ? ପୂର୍ବ ସରକାରରେ ନେତା ମାନେ ଆଇନ ତା ବାଟରେ ଯିବ ବୋଲି କହୁଥିଲେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)