ଅକ୍ଷର ବ୍ୟୁରୋ : ଅରୁଣାଚଳ ପ୍ରଦେଶର ଭାରତ-ଚୀନ୍ ସୀମାରେ ବଡ଼ ଦୁର୍ଘଟଣା | ଅରୁଣାଚଳର ହାୟୁଲିଆଙ୍ଗ-ଚାଗଲାଗାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ୨୧ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସି ପଡିଥିଲା । ଅତିକମରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରିଥିବାବେଳେ । କଠିନ ଭୌଗୋଳିକ ସ୍ଥିତି ଥିବା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି |
ସୂଚନା ଅନୁଯାୟୀ, ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ହାୟୁଲିଆଙ୍ଗ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।ସେଥିରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ପାହାଡିଆ ରାସ୍ତାରେ ଯାଉଥିବା ବେଳେ ଗାଡିଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୦୦୦ ଫୁଟ ତଳେ ଥିବା ଏକ ଗଭୀର ଖାଇରେ ପଡିଯାଇଥିଲା । ସୂଚନା ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ମୁକାବିଲା ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଜୀବିତମାନଙ୍କୁ ଖୋଜିବା ସହ ବାକି ମୃତଦେହ ଗୁଡିକୁ ଉଦ୍ଧାର କରୁଛନ୍ତି ।












Leave a Reply