ଯବତମାଳ: ମହାରାଷ୍ଟ୍ରର ଯବତମାଳ ଜିଲ୍ଲାରେ ବଡ଼ ଧରଣର ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଉମରଖେଡ ଅଞ୍ଚଳର ଧନକୀ ରୋଡ୍ସ୍ଥିତ ଏକ ୱେଲ୍ଡିଂ ୱର୍କସପ୍ରେ ଟ୍ରାକ୍ଟର ମରାମତି କାମ ଚାଲିଥିବା ସମୟରେ ଟ୍ରାକ୍ଟର ସହ ଯୋଡ଼ା ଟ୍ରଲିରେ ରଖାଯାଇଥିବା ଜେଲାଟିନ୍ ଛଡ଼ରୁ ହଠାତ୍ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଟ୍ରାକ୍ଟରଟିକୁ ମରାମତି ପାଇଁ ଧନକୀ ରୋଡ୍ରେ ଥିବା ୱେଲ୍ଡିଂ ୱର୍କସପ୍କୁ ଅଣାଯାଇଥିଲା। ଟ୍ରାକ୍ଟରରେ ୱେଲ୍ଡିଂ କାମ ଚାଲିଥିବା ବେଳେ ନିକଟରେ ଥିବା ଟ୍ରଲିରେ ରଖାଯାଇଥିବା ଜେଲାଟିନ୍ ଛଡ଼ରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଟ୍ରଲିରେ ନିଆଁ ଲାଗିଯାଇଥିଲା। ଏହାସହ ଟ୍ରାକ୍ଟରର ପଛ ଚକ ନିକଟରେ ଲାଗିଥିବା ଏକ ଏୟାର ସିଲିଣ୍ଡର ମଧ୍ୟ ଫାଟିଯାଇଥିବା ଜଣାପଡ଼ିଛି। ଘଟଣାରେ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି।
ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ବିସ୍ଫୋରଣ କେଉଁ ପରିସ୍ଥିତିରେ ଘଟିଲା, ଜେଲାଟିନ୍ ଛଡ଼ଗୁଡ଼ିକ କେଉଁଠାରୁ ଆସିଥିଲା ଏବଂ ୱେଲ୍ଡିଂ ସମୟରେ କିପରି ବିସ୍ଫୋରଣ ଘଟିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।













Leave a Reply