ଅକ୍ଷର ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରୁ ସୋମବାର ମର୍ମନ୍ତୁଦ ଶିଳ୍ପ ଦୁର୍ଘଟଣା ଘଟିଛି । ପ୍ଲାଣ୍ଟର ଷ୍ଟିଲ୍ ମେଲ୍ଟିଂ ଶପ୍ -୨ (SMS-2) ଅଞ୍ଚଳରେ ତରଳ ଲୁହା ବୋହି ନେଉଥିବା ଏକ ବିଶାଳ ପାତ୍ର (Ladle) ହଠାତ୍ ଓଲଟି ପଡ଼ିବା ଯୋଗୁଁ ସେଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଅନୁମାନ କରାଯାଉଛି । ତରଳ ଲୁହାର ପ୍ରଚଣ୍ଡ ଉତ୍ତାପ ଯୋଗୁଁ ମୃତଦେହଗୁଡ଼ିକ ଏଭଳି ଭାବେ ପୋଡ଼ି ଯାଇଛି ଯେ ସେଗୁଡ଼ିକୁ ଚିହ୍ନିବା ଅସମ୍ଭବ ହୋଇପଡ଼ିଛି । ମୃତକଙ୍କ ପ୍ରକୃତ ସଂଖ୍ୟା ଜାଣିବା ପାଇଁ ଯାଞ୍ଚ କରାଯାଉଛି । ଦୁର୍ଘଟଣା ସମୟରେ କାମ କରୁଥିବା ଅନ୍ୟ ଅନେକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରୁ କେତେକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ବଡ଼ ଧରଣର ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି ।













Leave a Reply