ଅକ୍ଷର ବ୍ୟୁରୋ: ଏସ୍ସିବି ମେଡିକାଲର ଡାକ୍ତର, ନର୍ସ ଓ ସିକ୍ୟୁରିଟି ଗାର୍ଡ ପଢ଼ିଲେ ଅଗ୍ନି ନିର୍ବାପନ ପାଠ । ଅଚାନକ୍ ଅଗ୍ନିକାଣ୍ଡ ଘଟିଲେ କି କି ପଦକ୍ଷେପ ହାତକୁ ନେବା ଜରୁରୀ, ପ୍ରାଥମିକ ପଦକ୍ଷେପ କଣ ରହିବ, କେମିତି ନିଆଁ ଲିଭାଇବେ, ହସ୍ପିଟାଲରେ ଅଗ୍ନି ନିର୍ବାପନ ଉପକରଣର କିପରି ସୁବିନିଯୋଗ କରିବେ, ଏ ସମସ୍ତ ବିଷୟରେ ଅଗ୍ନିଶମ ବିଭାଗ ସଚେତନ କରିଛି । ଏସ୍ସିବି ନ୍ୟୁରୋଲୋଜି ବିଭାଗରେ ଏନେଇ ଅଗ୍ନିଶମ ବିଭାଗ ତରଫରୁ ମକ୍ ଡ୍ରିଲ କରାଯାଇଛି । କିଛିଦିନ ତଳେ ଏସ୍ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ଜୀବନ ଯାଇଥିଲା । ପ୍ରାଥମିକ ତଦନ୍ତ ପରେ ଅନେକ ଅବହେଳା ପଦାକୁ ଆସିଥିଲା । ତେବେ ନିର୍ଦ୍ଦେଶ ମୁତାବକ ଏଣିକି ସବୁ ସରକାରୀ ହସପିଟାଲ କର୍ମଚାରୀ, ଡାକ୍ତର ଏବଂ ସୁରକ୍ଷାରେ ଥିବା କର୍ମଚାରୀ ଅଗ୍ନି ନିର୍ବାପକ ବ୍ୟବସ୍ଥା ଜାଣିବା ଜରୁରୀ ହୋଇଛି ।
ଏସ୍ସିବି ମେଡିକାଲରେ ଅଗ୍ନିଶମ ବିଭାଗ ତରଫରୁ ମକ୍ ଡ୍ରିଲ:












Leave a Reply