ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ ଜଣେ ମୃତ

ଅକ୍ଷର ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ୟଲମଞ୍ଚିଲି ନିକଟରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ | ଜୀଅନ୍ତା ଜଳିଗଲେ ଯାତ୍ରୀ । ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲାଗିଥିଲା ନିଆଁ । ଅଗ୍ନିକାଣ୍ଡ ନେଇ ରାତି ପ୍ରାୟ ୧୨ଟା ୪୫ ମିନିଟ୍‌ରେ ଖବର ମିଳିଥିଲା । ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ ଟ୍ରେନ୍‌ର ବି୧ କୋଚ୍‌ରେ ନିଆଁ ଲାଗିଥିଲା ଏବଂ ଏହାପରେ ନିଆଁ ଏମ୍୨ ଏସି କୋଚକୁ ବ୍ୟାପି ଯାଇଥିଲା । ପୁଲିସର ତଥ୍ୟ ଅନୁଯାୟୀ , ନିଆଁ ଲାଗିଥିବା ୨ ପ୍ରଭାବିତ କୋଚରେ ୮୨ ଓ ୭୬ ଜଣ ଯାତ୍ରୀ ଥିଲାବେଳେ ବି୧ କୋଚ୍‌ରୁ ଜଣଙ୍କ ମୃତଦେହ ମିଳିଥିଲା । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାର କାରଣ ଜାଣିବା ପାଇଁ ରେଲୱେ ପକ୍ଷରୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଅଗ୍ନିକାଣ୍ଡ ପରେ ସମରଲାକୋଟାରେ ଆଉ ୨ଟି ଏସି କୋଚ୍ ସଂଯୋଗ କରାଯାଇଥିବା ବେଳେ ଟ୍ରେନ୍‌ଟି ଏର୍ଣ୍ଣାକୁଲମ୍ ଅଭିମୁଖେ ଯାତ୍ରା କରିଛି। ଏହି ଅଗ୍ନିକାଣ୍ଡପରେ ବିଜୟୱାଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିବା ଏକାଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)