ଅକ୍ଷର ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ପରେ ଓଡିଶାରେ ବୃଦ୍ଧି ପାଇଛି ଆଳୁ ଦର । ୩ ଟଙ୍କା ଲେଖାଏଁ ହୋଲସେଲ ଦର ବୃଦ୍ଧି ପାଇଥିବା ବେଳେ ଖୁଚୁରା ବଜାରରେ ଆଜି ଆଳୁ ୧୩ ରୁ ୧୫ ଟଙ୍କାରେ ବିକ୍ରି ହୋଉଛି । ଲଗାତାର ଗ୍ୟାସ୍, କ୍ଷୀର ପରେ ଆଳୁ ଦର ବୃଦ୍ଧି ସିଧାସଳଖ ଖାଉଟିଙ୍କ ପକେଟକୁ ମାଡ କରିଛି । ଭୁବନେଶ୍ୱର ସବୁଠୁ ବଡ କୁବେରପୁର ଆଳୁଗୋଦାମରେ ପୂର୍ବରୁ ପ୍ୟାକେଟ୍ ପିଛା ୩୫୦ ଟଙ୍କା (୫୦ କିଗ୍ରାକୁ )ବିକ୍ରି କରାଯାଉଥିଲା । ହାରାହାରି ଆଳୁ ଦର କିଗ୍ରା ୭ ଟଙ୍କା ରହିଥିଲା । ହେଲେ ନୂଆ ଆଳୁ ଏବେ ୫୦୦ରୁ ୫୫୦ ଟଙ୍କାରେ ବିକ୍ରି ଆରମ୍ଭ ହୋଇଛି । ଏହି ହିସାବକୁ ଦେଖିଲେ କିଗ୍ରା ୧୦ ରୁ ୧୧ ଟଙ୍କା ପଡୁଛି ।
ଖୁଚୁରା ବଜାରରେ ଆଳୁ ଦର କିନ୍ତୁ ୧୫ ଟଙ୍କା ଡେଇଁଛି । ୟୁନିଟ୍-୧ ମାର୍କେଟରେ ଆଜି ଆଳୁ ଦର ୧୩ ଟଙ୍କାରେ ବିକ୍ରି ହୋଇଛି । ସେହିପରି ଅନ୍ୟ ମାର୍କେଟରେ ଆଳୁ ୧୫ ଟଙ୍କା ପାର କରିଛି । କୁବେରପୁର ଆଳୁ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ଯେ, ପଶ୍ଚିମବଙ୍ଗରେ କ୍ଷେତରୁ ଚାଷୀ ଆଳୁ ପଠାଉଥିଲେ । ଏବେ ଚାଷୀ ଆଳୁ ସରିଛି । ବର୍ତ୍ତମାନ ଷ୍ଟୋର ଆଳୁ ବାହାରଛି । ଷ୍ଟୋର ଆଳୁରୁ ପ୍ୟାକେଟରୁ ୩ ପ୍ରତିଶତ ଖରାପ ଆଳୁ । ଏହା ବାହାରି ଗଲେ ଦର ନଶ୍ଚିତ ଭାବେ ବୃଦ୍ଧି ପାଇବ । ଆଳୁ ଦର ସାଙ୍ଗେ ସାଙ୍ଗେ ପିଆଜ ଓ ରସୁଣ ଦର ମଧ୍ୟ ସାମନ୍ୟ ବୃଦ୍ଧି ପାଇଛି ।












Leave a Reply