ଅକ୍ଷର ବ୍ୟୁରୋ: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବର୍ଷା ସହ ଵଜ୍ରପାତ ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଗତକାଲିଠୁ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମେଘୁଆ ପାଗ ସହ କାଁଭାଁ ବର୍ଷା ହେଉଥିବା ବେଳେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ତଥାପି ରାଜ୍ୟରେ ବର୍ଷା ଲାଗିରହିବ ।
ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ଜନିତ ବର୍ଷା, ବିଶେଷକରି ଉପକୂଳ ଓ ଉତ୍ତର-ଅଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବର୍ଷା ନେଇ ପୁରା ଓଡିଶାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୪ଘଣ୍ଟା ଭିତରେ ଗଞ୍ଜାମ, ଗଜପତି, ମାଲକାନଗିରି, କନ୍ଧମାଳ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ମୟୂରଭଞ୍ଜର କିଛି କିଛି ଅଞ୍ଚଳରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ । ସେହିପରି ବାଲେଶ୍ୱର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ ସମେତ କିଛି ଅଞ୍ଚଳରେ ଝଡବର୍ଷା ହୋଇପାରେ ।












Leave a Reply