କଟକ ଯୋବ୍ରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସ୍କୁଟିକୁ ପିଟିଲା ବସ୍, ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ।

ଅକ୍ଷର ବ୍ୟୁରୋ: କଟକ ଯୋବ୍ରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପିଟିଲା ବସ୍, ଦୁର୍ଘଟଣାରେ ଜଣକଙ୍କର ମୃତ୍ୟୁ । ଜୟ କପୀସ ନାମକ ଏକ ଘରୋଇ ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ । ସ୍କୁଟିରେ ଯିବା ବେଳେ ଯୁବତୀଙ୍କୁ ପିଟିଲା ବସ୍ । ମୃତ ଯୁବତୀ ଜଣକ ସ୍ୱାଗତିକା ମହାନ୍ତି ବୋଲି ପରିଚିୟ ପତ୍ରରୁ ଜଣାପଡିଛି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି । ଉଭୟ ସ୍କୁଟି ଓ ବସ୍ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)