ଅକ୍ଷର ବ୍ୟୁରୋ: ପିକନିକ କରିବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ଜଣା ପଡିଛି। ନିଖୋଜ ଛାତ୍ର ଜଣକ ହେଉଛନ୍ତି ସ୍ଵସ୍ତିକ ପାଢ଼ୀ । ସୂଚନା ଅନୁଯାୟୀ, ସ୍ଵସ୍ତିକ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୨ ପଢ଼ୁଥିଲେ। ଛୁଟି ହେବାରୁ ସେ ନିଜ ଘରକୁ ଆସିଥିଲେ। ଆଜି ସେ ତାଙ୍କ ସହପାଠୀଙ୍କ ସହ ଭୋଜି କରିବା ପାଈଁ ପାୱାର କେନାଲ ପାର୍ଶ୍ଵସ୍ଥ ଅଠରହଜାରକୁ ଯାଇଥିଲେ | ସେଠାରେ ପାୱାର କେନାଲରେ ଗାଧୋଇବାବେଳେ ପାଣିର ପ୍ରବଳ ସ୍ରୋତରେ ଭାସିଗଲେ l ଖବର ପାଇ ବୁର୍ଲା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ବୁର୍ଲା ପାୱାର କେନାଲରେ ବୁଡି ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି











Leave a Reply