ଅକ୍ଷର ବ୍ୟୁରୋ: ଉତ୍ତରାଖଣ୍ଡର ନୈନୀତାଲରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର ଖାଇକୁ ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ସୂଚନା ମୁତାବକ ,ମରେଠର ତାଲା ଫ୍ୟାକ୍ଟ୍ରି ଅଞ୍ଚଳରେ ଥିବା ଏକ ପରିବାରର ସଦସ୍ୟ ତାଙ୍କ ସମ୍ପର୍କୀୟଙ୍କ ସହ ନୈନିତାଲ ବୁଲିବାକୁ ଯାଇଥିଲେ । ବୁଧବାର ରାତିରେ ସମସ୍ତେ ପୁଣି ନୈନୀତାଲରୁ ମେରଠକୁ ଫେରୁଥିଲା ବେଳେ ଏହାରି ମଧ୍ୟରେ କାଳାଢୁଙ୍ଗି ରୋଡରେ ଏହି ଦୁର୍ଘଟଣାଟି ଘଟିଥିଲା । ତୀବ୍ର ବେଗରେ ଯାଉଥିବା ଟେମ୍ପୋ ଟ୍ରାଭେଲର ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଖାଇକୁ ସିଧାସଳଖ ଖସିପଡ଼ିଥିଲା । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ତୁରନ୍ତ ପ୍ରଶାସନ ଟିମ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଜଣଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ଓ ଅନ୍ୟ ୨୫ ଜଣ ଚିକିତ୍ସାଧୀନ ଅଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସନ୍ଦେହ କରାଯାଉଛି ।












Leave a Reply