ମୁମ୍ବାଇ ଲେନର ଖୋପୋଲି ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨ ମୃତ

ଅକ୍ଷର ବ୍ୟୁରୋ: ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେର ମୁମ୍ବାଇ ଲେନର ଖୋପୋଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ଚାଉଳଭର୍ତ୍ତି ଟ୍ରକ, ଖାଦ୍ୟ ତେଲ ନେଇ ଯାଇଥିବା କଣ୍ଟେନର ଏବଂ ଆର୍ଟିଗା କାର୍ ସହିତ ଧକ୍କା ହୋଇଥିଲା | ଘଟଣା ସ୍ଥଳରେ ଟ୍ରକ ଚାଳକ ଏବଂ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢେ ୪ଟା ସମୟରେ ପୁଣେରୁ ମୁମ୍ବାଇ ଆସୁଥିବା ଚାଉଳ ଭର୍ତ୍ତି ଟ୍ରକ ଅନିୟନ୍ତ୍ରିତ ହୋଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଏହା ନିକଟରେ ଯାଉଥିବା କାର୍ ମଧ୍ୟ ଶିକାର ହୋଇଥିଲା । ଟାଉଳ ଭର୍ତ୍ତି ଟ୍ରକ ଏବଂ କଣ୍ଟେନର ଓଲଟି ପଡିଥିଲା | ଏହି ଦୁର୍ଘଟଣାରେ ଚାଉଳ ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କ ଜୀବନ ଚାଲିଯାଇଥିବା ବେଳେ କଣ୍ଟେନର ଡ୍ରାଇଭରଙ୍କ ସାମାନ୍ୟ ଆଘାତ ହୋଇଛନ୍ତି । କାରରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେଲ ନେଉଯାଉଥିବା କଣ୍ଟେନର ରାସ୍ତାରେ ଓଲଟି ପଡିବା ଯୋଗୁଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ଲୋକ ଏବଂ ପ୍ରଶାସନ ସହାୟତାରେ ରାସ୍ତାରୁ ସବୁକିଛି ହଟାଯାଇ ଯାତାୟତକୁ ସୁଗମ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial