ଅକ୍ଷର ବ୍ୟୁରୋ: ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତିମଣତି । ୪୮ବର୍ଷ ପରେ ଅଳଙ୍କାରର ଗଣତିମଣତି ହେବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ପ୍ରକ୍ରିୟାର ରୂପରେଖ ପ୍ରସ୍ତୁତ କରାଯାଇଛି । ଆହୁରି ଅଧିକ ସତର୍କତା ଅବଲମ୍ବନ କରାଯାଇ ଏହି ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟ୍ରେଜେରୀରୁ ଚାବି ଆସିବା ପରେ ଭିତର ରତ୍ନଭଣ୍ଡାର ଦ୍ୱାର ଖୋଲାଯିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଅଣାଯିବା ସହ ଟ୍ରେଜେରିରେ ଜମା ରଖାଯିବ । ପ୍ରତ୍ୟେକ ଗଣତି ଦିନ ଏହି ଚାବି ଟ୍ରେଜେରିରୁ ଆସିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ।
ଭିତର ଭଣ୍ଡାରରେ ୩୬୭ ପ୍ରକାରର ସୁନା ଅଳଙ୍କାର ଥିଲା । ଏହାର ଓଜନ ଥିଲା ୪୩୬୪ ଭରି । ଏଥିସହ ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା । ଏହାର ଓଜନ ଥିଲା ୧୪,୮୭୮ ଭରି ୬ ଅଣା । ଯଦିଓ ଏଥର ଓଜନ ମାପ କରାଯିବ ନାହିଁ ତଥାପି ଆଇଟମ୍ ଅନୁସାରେ ମେଳକ କରାଯାଇ ପୁନଃ ତାଲିକା କରାଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।












Leave a Reply