ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି; ଆଗାମୀ ଗଣତି ପ୍ରକ୍ରିୟା ବାହାର ଚନ୍ଦନ ଯାତ୍ରା ପରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: ଶେଷ ହେଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା । ଗତକାଲି ମଧ୍ୟାହ୍ନ ୧୨.୦୧ରୁ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ୭.୨୫ ରେ ଶେଷ ହୋଇଥିଲା ଗଣତି ପ୍ରକ୍ରିୟା । ଭିତର ରତ୍ନଭଣ୍ଡାର ଗଣତିର ଚତୁର୍ଥ ଦିନ ମଧ୍ୟରେ ସମୁଦାୟ ୫୭ ଘଣ୍ଟା ୮ ମିନିଟ ଗଣତି ମଣତି ହୋଇଛି । ମହାପ୍ରଭୁଙ୍କ  ଅଳଙ୍କାରରେ ବ୍ୟବହୃତ ରତ୍ନ ଚିହ୍ନଟ ପାଇଁ ଜେମୋଲୋଜିଷ୍ଟ ଚିହ୍ନଟ ପାଇଁ ସହଯୋଗ କରୁଛନ୍ତି । ସେମାନେ ଉନ୍ନତ ମାନର ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି । ୧୯୭୮ ମସିହା ତାଲିକା ଅନୁଯାୟୀ ଯେଉଁ ମେଳକ ହୋଇଥିଲା ତାହା ଗଣତି ସହ ସଂପୂର୍ଣ୍ଣ ସମାନ ହୋଇଛି । ଆଗାମୀ ଗଣତି ପ୍ରକ୍ରିୟା ବାହାର ଚନ୍ଦନ ଯାତ୍ରା ଅର୍ଥାତ୍ ମେ ୧୧ ପରେ ହୋଇପାରେ ।

ଭିତର ରତ୍ନଭଣ୍ଡାରର ତୃତୀୟ ସିନ୍ଦୁକ ଖୋଲାଯାଇଛି । ପ୍ରଥମ ସିନ୍ଦୁକ ସଂପୂର୍ଣ୍ଣ ଗଣତି ଶେଷ ହୋଇ ସିଲ୍ କରାଯାଇଛି । ଦ୍ଵିତୀୟ ଓ ତୃତୀୟ ସିନ୍ଦୁକ ଏବେ ବି ଗଣାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତି ମଣତି ୧୯୭୮ ମସିହା ତାଲିକା ଅନୁଯାୟୀ ଶତ ପ୍ରତିଶତ ସମାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ପ୍ରତ୍ୟେକ ଅଳଙ୍କାରରେ ଥିବା କ୍ରମିକ ସଂଖ୍ୟାକୁ ଲକ୍ଷ୍ୟକରି ଅଳଙ୍କାର ଗୁଡ଼ିକ ଚିହ୍ନଟ କରାଯାଇଥିଲା । ଏହାର ଫଟୋଗ୍ରାଫି, ଭିଡିଓଗ୍ରାଫି, ଥ୍ରିଡି ମ୍ୟାପିଙ୍ଗ ଓ ଇ-କାଟାଲଗ୍ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)