୮ ତାରିଖରୁ ପୁଣି ରତ୍ନଭଣ୍ଡାର ଗଣତିମଣତି; ୪ଦିନ ଧରି କ୍ରମାନ୍ୱୟରେ ହେବ ଗଣତି ।

ଅକ୍ଷର ବ୍ୟୁରୋ: ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗ । ୮ ତାରିଖରୁ ରତ୍ନଭଣ୍ଡାରର ବାହାର ଭଣ୍ଡାରର ଗଣତି ମଣତି କାର୍ଯ୍ୟ କରାଯିବ । ୪ଦିନ ଧରି କ୍ରମାନ୍ୱୟରେ ରତ୍ନଭଣ୍ଡାରର ଗଣତି ହୋଇପାରେ । ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଗଣତି କରାଯିବ । ତାସହ ଶନିବାର ମଧ୍ୟ ଗଣତି କାର୍ଯ୍ୟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି । ଗଣତିମଣତି ସମୟରେ ବାହାର କାଠ ଦର୍ଶନ କରାଯାଉଥିବାରୁ ଶନିବାର ଭଣ୍ଡାରର ଗଣତି କରାଯିବ । ବିଶେଷକରି ସୁନାବେଶ, ରାଜରାଜେଶ୍ୱର ବେଶରେ ବିଭୂଷିତ ହେଉଥିବା ସୁବର୍ଣ୍ଣ ଅଳଙ୍କାର ବାହାର ଭଣ୍ଡାରରେ ରହିଛି, ତେଣୁ ଏହାର ଗଣତି ନିଶ୍ଚିତ କିଛିଦିନ ଲାଗିପାରେ । ଅଳଙ୍କାରଗୁଡିକର D ମ୍ୟାପିଂ, ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯିବ । ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)