ଅକ୍ଷର ବ୍ୟୁରୋ: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିର ଅଷ୍ଟମ ଦିନ ତଥା ଭିତର ଭଣ୍ଡାର ଗଣତିର ତୃତୀୟ ଦିନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ ଭାବରେ ଜାରି ରହିଛି ଗଣତି । ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ କୃପାରୁ କୌଣସି ପ୍ରକାର ସମସ୍ୟା ହୋଇନି । ତେବେ ଗତ କାଲି ପ୍ରାୟ ୭ ଘଣ୍ଟା ହୋଇଛି ରତ୍ନ ଗଣନା । ସେଥିରୁ ପ୍ରାୟ ୮୦ ଟି ଅଳଙ୍କାରର ଗଣତି ସରିଛି । ଭିତରେ ଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ତେବେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ୩୫ରେ ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରିଛନ୍ତି ଟିମ୍ । ତେବେ ଗତ ୧୩ ତାରିଖରେ ଭିତର ଭଣ୍ଡାରର ପ୍ରଥମ ଦିନ ଗଣତି ଦିନ ସୁଭଦ୍ରାଙ୍କ ମାଳ ଛିଡ଼ିଥିବାବେଳେ ଗତକାଲି ଦ୍ୱିତୀୟ ଦିନରେ ମଧ୍ୟ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା । ଟିମ ଭିତରକୁ ଯିବା ସମୟରେ ବଳଭଦ୍ରଙ୍କ ମାଳ ଛିଡ଼ିଥିଲା ।
ସେପଟେ ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ହୋଇଛି ମେଳକ ପ୍ରକ୍ରିୟା । ଭିତର ଭଣ୍ଡାରରେ ଏପର୍ଯ୍ୟନ୍ତ ସମସ୍ତ ମେଳକ ଶତ ପ୍ରତିଶତ ସ୍ୱଚ୍ଛ ଓ ନିରବଚ୍ଛିନ୍ନ ହୋଇଛି କହିଛନ୍ତି ଜଷ୍ଟିସ ରଥ । ୧୯୭୮ରେ ଯେଉଁମାନେ ତାଲିକା ପ୍ରସ୍ତୁତ କରିଥିଲେ,ସେମାନେ ସଠିକ୍ ଓ ନିର୍ଭୁଲ ଭାବରେ ଗଣନା କରିଥିବାରୁ ଗଣତି ପ୍ରକ୍ରିୟାରେ ସୁବିଧା ହେଉଛି । ତେବେ ଏଓପି ଅନୁଯାୟୀ ହଳଦିଆ ମୁଣିରେ ସୁନା, ଧଳା ମୁଣିରେ ରୂପା ଓ ନାଲି ମୁଣିରେ ଅନ୍ୟ ରତ୍ନ ରଖାଯାଇ ତାକୁ ପ୍ରଥମେ ଷ୍ଟିକ୍ ବାକ୍ସ ଓ ପରେ ନବନିର୍ମିତ ସିନ୍ଦୁକରେ ରଖାଯାଉଛି ।











Leave a Reply