ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ଦୁଇଟି ପଞ୍ଚାୟତ ସାତପଡ଼ା ଓ ପିରିଜିପୁରରେ ପର୍ଯ୍ୟଟକଙ୍କୁ ମିଳିବ ‘ହୋମ ଷ୍ଟେ’ ବ୍ୟବସ୍ଥା । ଓଡ଼ିଶା ହୋମ ଷ୍ଟେ ଏଷ୍ଟାବ୍ଲିସମେଣ୍ଟ ସ୍କିମ୍-୨୦୨୫ ଅନ୍ତର୍ଗତ ପ୍ରଥମ ଦଫାରେ ଦିଆଯାଇଥିବା ଲକ୍ଷ୍ୟ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଛି । ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଚିଠି ଲେଖି ଏନେଇ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହି ଲକ୍ଷ୍ୟକୁ ସଫଳ କରିବା ଓ ଆନୁସଙ୍ଗିକ ସହଯୋଗ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସାତପଡ଼ା ଓ ପିରିଜିପୁର ପଞ୍ଚାୟତରେ ୧୫ଟି ହୋମଷ୍ଟେ ପ୍ରକଳ୍ପ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
ସାତପଡ଼ା ଓ ପିରିଜିପୁରରେ ପର୍ଯ୍ୟଟକଙ୍କୁ ମିଳିବ ‘ହୋମ ଷ୍ଟେ’ ବ୍ୟବସ୍ଥା ।












Leave a Reply