ଅକ୍ଷର ବ୍ୟୁରୋ: ମହାରାଷ୍ଟ୍ର ଜଳଗାଁ ଜିଲ୍ଲାରେ ଅମଲନେର ତହସିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍, କାର୍ ଏବଂ ଏସଟି ବସ୍ ମୁହାଁମୁହିଁ ଧକ୍କା | ଘଟଣା ସ୍ଥଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ମଙ୍ଗଳବାର ସକାଳ ୭ଟା ସମୟରେ ଅମଲନେରରୁ ଧୁଲେ ଯାଉଥିବା ଏକ ବାଇକକୁ ଏବଂ ଏସଟି ବସକୁ ସାମ୍ନାକୁ ଆସୁଥିବା କାର୍ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ଜୀବନ ବାଇକ୍ ଚାଳକଙ୍କ ଚାଲିଯାଇଥିବା ବେଳେ କାରରେ ଥିବା ୫ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା ।
ସମସ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତେ ଗୁଜରାଟର ବାସିନ୍ଦା ବୋଲି ସୂଚନା ମିଳିଛି । ସମସ୍ତେ ଅମଲନେରରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ୧୧୨ ଟିମ୍, ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚିଥିଲା । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।













Leave a Reply