ଅକ୍ଷର ବ୍ୟୁରୋ: ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି | ହିମାଚଳ ପ୍ରଦେଶ ଚମ୍ବାରେ ଏକ ଗାଡ଼ି ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି | ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୩ ଜଣ ପୁରୁଷ ଥିବା ଜଣାପଡିଛି |
ସୂଚନା ଅନୁଯାୟୀ , କୁଠେଢର ମହଲ ଗାଁର କିଛି ଲୋକ ବୋଲେରୋରେ ଆୟୋଜିତ ଏକ ମୁଣ୍ଡନ ସଂସ୍କାର ଧାମରେ ସାମିଲ ହେବା ପାଇଁ ଯାଇଥିଲେ । ଧାମ ଖାଇବା ପରେ ସମସ୍ତଲୋକ ବୋଲେରୋରେ ନିଜ ଘରକୁ ଫେରୁଥିଲା ବେଳେ ଏହି ସମୟରେ ଗାଡ଼ିଟି ନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡିଥିଲା । ଘଟଣା ବିଷୟରେ ଖବର ପାଇ ପୋଲିସ, ପ୍ରଶାସନ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗାଁ ଲୋକ ଗଭୀର ଖାଇକୁ ଯାଇ ମୃତଦେହ ଉଦ୍ଧାର କରିବାରେ ସହାୟତା କରିଥିଲେ । ଅନ୍ଧାର ଏବଂ ଦୁର୍ଗମ ଅଞ୍ଚଳ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି |












Leave a Reply