ଘର ଭିତରୁ ମିଳିଲା ବ୍ୟବସାୟୀ, ମା’, ପତ୍ନୀ ଓ ପୁଅଙ୍କ ମୃତଦେହ

ଅକ୍ଷର ବ୍ୟୁରୋ : ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟରୁ ମିଳିଛି ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ। ଦକ୍ଷିଣ ମହୀଶୂରରେ ଥିବା ଆପାର୍ଟମେଣ୍ଟରୁ ସୋମବାର ସକାଳୁ ୪ ଜଣଙ୍କ ମୃତଦେହ ରହସ୍ୟଜନକ ଅବସ୍ଥାରେ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ମୃତକମାନେ ହେଲେ ବ୍ୟବସାୟୀ ତଥା ମେକାନିକାଲ ଇଞ୍ଜିନିୟର ଚେତନ, ତାଙ୍କ ୪୩ ବର୍ଷୀୟ ପତ୍ନୀ ରୂପାଲୀ, ୧୫ ବର୍ଷୀୟ ପୁଅ କୁଶଲ ଓ ଚେତନଙ୍କ ମା’ ୬୫ ବର୍ଷୀୟ ପ୍ରିୟମ୍ବଦା। ସକାଳୁ ସକାଳୁ ଦୁଇଟି ଫ୍ଲାଟରୁ ୪ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ପୁଲିସ୍‌ର କହିବା କଥା ଯେ ଚେତନଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ସେହିପରି ତାଙ୍କ ପତ୍ନୀ ଓ ପୁଅର ମୃତଦେହକୁ ସଂକଳ୍ପ ସେରେନା ଆପାର୍ଟମେଣ୍ଟର ଫ୍ଲାଟରୁ ଉଦ୍ଧାର କରାଯାଇଛି। ସମାନ ଆପାର୍ଟମେଣ୍ଟର ଆଉ ଗୋଟିଏ ଫ୍ଲାଟରୁ ଚେତନଙ୍କ ମା’ ପ୍ରିୟମ୍ବଦାଙ୍କ ମୃତଦେହ ଠାବ ହୋଇଛି। ପୁଲିସ୍‌ କମିଶନର ସୀମା ଲାଟକର ଓ ଡିସିପି ଜାହ୍ନବୀ ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। କମିଶନର ଓ ଡିସିପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)