ଅକ୍ଷର ବ୍ୟୁରୋ: ଆଜି ୧୨ ଘଣ୍ଟିଆ ଜୟପୁର ସହର ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ । କାଗଜ କଳ କାର୍ଯ୍ୟକ୍ଷମ ଦାବିରେ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ସକାଳୁ ସହରର ବିଭିନ୍ନ ଛକରେ ପୁକେଟିଂ କରିବା ସହ କାଗଜ କଳ ପୁନଃ ଚାଲୁ କରିବନାରାରେ କମ୍ପୁଛି ସହର । କାଗଜ କଳକୁ ପୁନଃ ଚାଲୁ କରିବା ପାଇଁ ନୂତନ କମ୍ପାନୀ ତଦାରଖ କରି ଫେରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆଶା ଆଶଙ୍କାରେ କାର୍ଯ୍ୟରତ କର୍ମଚାରୀ । ଏହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ସମସ୍ତ ପ୍ରକାର ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିବ । ଦୀର୍ଘ ଦିନ ହେବ ପରିଚାଳନାଗତ ତ୍ରୁଟି ପାଇଁ ପେପର ମିଲ୍ ବନ୍ଦ ହୋଇ ପଡି ରହିଛି । ଫଳରେ ହଜାରରୁ ଉର୍ଦ୍ଧ୍ୱ ପରିବାର ଦରମା ନପାଇ ହନ୍ତସନ୍ତ ହେଉଛନ୍ତି ।
ଆଜି ୧୨ ଘଣ୍ଟିଆ ଜୟପୁର ସହର ବନ୍ଦ ଡାକରା; କାଗଜ କଳ କାର୍ଯ୍ୟକ୍ଷମ ଦାବିରେ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ।












Leave a Reply