ରାଜ୍ୟରେ ୭୦ଟି ବନ୍ଦ ପଡିଥିବା ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ବନ୍ଦ ପଡିଥିବା ମଦ ଦୋକାନ ଖୋଲିବେ ସରକାର । ୭୦ ଗୋଟି ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ବିଭାଗ ତରଫରୁ ଦିଆଯାଇଛି ଅନୁମତି । ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ଅଛି ପ୍ରସ୍ତାବ । ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି । ବାଲେଶ୍ୱରରେ ସର୍ବାଧିକ ୧୭ଟି, ଗଞ୍ଜାମରେ ୧୦ଟି, ନୟାଗଡ଼ରେ ୯ଟି, ମୟୂରଭଞ୍ଜରେ ୮ଟି, କଟକରେ ୭ଟି, ରାଉଲକେଲାରେ ୫ଟି, କେନ୍ଦୁଝରରେ ୩ଟି, ବ୍ରହ୍ମପୁରରେ ୪ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳରେ ୩ଟି ଏବଂ ମାଲକାନଗିରି, ସମ୍ବଲପୁରରେ ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର । ସେହିପରି ପୁରୀରେ ୩ଟି ଓ ଭୁବନେଶ୍ୱରରେ ଗୋଟିଏ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଭାଗ ପାଖରେ ରହିଛି ପ୍ରସ୍ତାବ । ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି ବୋଲି ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial