ଅକ୍ଷର ବ୍ୟୁରୋ: ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା । ଏହି ଦିନଠାରୁ ରଥ ନିର୍ମାଣ ପ୍ରକ୍ରିୟା ଜୋର୍ଦାର୍ ହେବ । ଏଥିନିମନ୍ତେ ଶ୍ରୀମନ୍ଦିର ନିକଟ ରଥଖଳାରେ ଶିବିର ନିର୍ମାଣ ହେଉଛି । ଛାଇରେ ବସି ବିଶ୍ୱକର୍ମା ମହାରଣା, ରୂପକାର ଓ ଅନ୍ୟ ସେବାୟତମାନେ ରଥ ନିର୍ମାଣ କରିବେ । ଚଳିତ ବର୍ଷ ରଥଖଳା ସୁରକ୍ଷା ନିମନ୍ତେ ପ୍ରଶାସନ ଅଧିକ ତତ୍ପରତା ଦେଖାଇଛି । ରଥଖଳାକୁ ଜଗିବା ନିମନ୍ତେ ୧୨ଟି ଅତ୍ୟାଧୁନିକ ସିସିଟିଭି ସହ ଆଉ ୨ଟି PTZ କ୍ୟାମେରାକୁ ମିଶାଇ ମୋଟ ୧୪ଟି ସିସିଟିଭି ଲାଗିବ । ଯାହା ତାରବିହୀନ ଭାବେ ନେଟୱାକ୍ ସହ କାମ କରିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାର କଣ୍ଟ୍ରୋଲ ରୁମ୍ ରହିବ । ଏହି କ୍ୟାମେରା ଆଗ୍ରହୀ ସଂସ୍ଥା ଜରିଆରେ ଲଗାଇବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି । ଏନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା ଦେଇଛନ୍ତି।
ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦ ଏପ୍ରିଲ ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଏହି କ୍ୟାମେରା ଗୁଡ଼ିକ ରଥଖଳାରେ ଲାଗିବ । ସେହିପରି ଚନ୍ଦନ ଚକଡ଼ା ବା ନରେନ୍ଦ୍ର ଚକଡ଼ାରେ ବି ଲାଗିବ ୧୪ଟି CCTV । ଯେଉଁଥିରେ ରହିବ ୨ PTZ କ୍ୟାମେରା । ୨୦ ଏପ୍ରିଲ ରୁ ୧୦ ମେ, ଚନ୍ଦନଯାତ୍ରା ଶେଷ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଲାଗିବ ଏହି କ୍ୟାମେରା । ପୁଲିସ୍ କଣ୍ଟ୍ରୋଲ ରୁମ୍ ନଜରରେ ରଖିବ ଏହି କ୍ୟାମେରା । ଚନ୍ଦନ ଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି ନିଷ୍ପତ୍ତି ।












Leave a Reply