ଅକ୍ଷର ବ୍ୟୁରୋ: ବୌଦ୍ଧରୁ ବରଯାତ୍ରୀ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ଦୁଘର୍ଟଣାରେ ୧୫ଜଣ ଆହତ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ବରଗଡ଼ କମଗାଁ ଅଞ୍ଚଳରୁ ବରଯାତ୍ରୀ ବୌଦ୍ଧ ଅଞ୍ଚଳକୁ ଯାଇଥିଲେ । ବରଯାତ୍ରୀ ଫେରୁଥିବା ସମୟରେ ବସ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ହୋଇଥିବା ବସ ଭିତରୁ ସମସ୍ତଙ୍କୁ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କରି ୩ ଜଣଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ୧୨ ଜଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବସରେ ମୋଟ ୫୪ ଜଣ ଯାତ୍ରୀ ରହିଥିବା ସୂଚନା ।
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ବସ; ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା ।












Leave a Reply