ରାଜଧାନୀର ଏକ ହୋଟେଲରେ ଚାଲିଥିଲା ଧର୍ମ ପରିବର୍ତ୍ତନ; ନିର୍ଦ୍ଦିଷ୍ଟ ଧର୍ମ ଗ୍ରନ୍ଥ ସହ ୭ଜଣ ବ୍ୟକ୍ତିଙ୍କୁ ଉଠାଇନେଲା ପୋଲିସ୍ ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ଚାଲିଥିଲା ଧର୍ମ ପରିବର୍ତ୍ତନ ଧରିନେଲେ ବଜରଙ୍ଗ ଦଳ । ଭୁବନେଶ୍ଵର ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ହୋଟେଲରେ ଚାଲିଥିଲା ଧର୍ମାନ୍ତରୀକରଣ । ହୋଟେଲର ଏକ ରୁଦ୍ଧ କୋଠରିରେ ଚାଲିଥିଲା ଧର୍ମ ପ୍ରଚାର । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଧର୍ମଗୁରୁମାନେ ଉକ୍ତ ହୋଟେଲରେ ୩ ଦିନ ଧରି ମେଳି କରିଥିଲେ । ଆଦିବାସୀଙ୍କୁ ନିଜ ଧର୍ମରେ ମିଶାଇବା ପାଇଁ ରଚିଥିଲେ ଷଡ଼ଯନ୍ତ୍ର । ଉକ୍ତ ସମ୍ପ୍ରଦାୟର କର୍ମୀମାନେ ନୋଟ୍‌ ପ୍ୟାଡ୍‌ ଧରି ତାଲିମ୍‌ ନେଉଥିଲେ । ତାଲିମ ଅନୁସାରେ କର୍ମୀମାନେ ପରବର୍ତ୍ତୀ ସମୟରେ ଘର ଘର ବୁଲି ଆଦିବାସୀମାନଙ୍କୁ ପ୍ରଲୋଭିତ କରି ନିଜ ଧର୍ମରେ ସାମିଲ କରାଇଥାନ୍ତେ । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀମାନେ ହଠାତ୍‌ ପହଞ୍ଚିଯିବାରୁ ଏହି ଧର୍ମାନ୍ତରୀକରଣର ଷଡ଼ଯନ୍ତ୍ରରେ ଯବନିକା ପଡି଼ଛି । ରାଜଧାନୀର ଏକ ହୋଟେଲରେ ଧର୍ମ ପ୍ରଚାର ଆଳରେ ଏଭଳି ଢ଼ଙ୍ଗରେ ଧର୍ମ ପରିବର୍ତ୍ତନ କରାଯିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଥିବାର ଅଭିଯୋଗ ହୋଇଛି । ପୋଲିସ ଉକ୍ତ ହୋଟେଲରୁ ଜଣେ ଯୁବତୀଙ୍କ ସହ ୭ଜଣ ବ୍ୟକ୍ତିଙ୍କୁ ଥାନାକୁ ଉଠାଇ ନେଇଛି । ଶହ ଶହ ସଂଖ୍ୟାରେ ନିର୍ଦ୍ଦିଷ୍ଟ ଧର୍ମ ଗ୍ରନ୍ଥ ମଧ୍ୟ ଜବତ କରିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)