ଭାରସାମ୍ୟ ହରାଇ ଗଛକୁ ପିଟିଲା ସାର ବୋଝେଇ ଟ୍ରକ୍; ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ।

ଅକ୍ଷର ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘର କଟପାରାଠାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ପିଟିଲା ସାର ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ । ମୃତ ଡ୍ରାଇଭର ହେଲେ ‘କାନ୍ତ’ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଟ୍ରକଟି ଗଛକୁ ପିଟି ଓଲଟି ପଡ଼ିଛି । ଡ୍ରାଇଭରଙ୍କ ମୃତଦେହ ଟ୍ରକ୍ ଭିତରେ ଚାପି ହୋଇ ରହିଯାଇଛି ।

ସୂଚନା ଅନୁସାରେ, ସକାଳ ୭ଟାରେ, ଜୟପୁରରୁ ଏକ ସାର ବୋଝେଇ ଟ୍ରକ୍ ରାଇଘର ଅଭିମୁଖେ ଆସୁଥିଲା । ତେବେ ଟ୍ରକର ଗତି ଅଧିକ ଥିବା ଯୋଗୁଁ କିମ୍ବା ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ରାଇଘର ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରକ୍ ଭିତରୁ ଶବ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚଲାଇଥିଲେ । ଏହା ସହିତ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)