ବାହାମାସରେ ଭୟାବହ ବିମାନ ଦୁର୍ଘଟଣା: ଛୋଟ ବିମାନ ଭୂପତିତ, ୧୦ ଜଣଙ୍କର ମୃତ୍ୟୁ; ଫ୍ଲେମିଙ୍ଗୋ ଏୟାରର ଉଡ଼ାଣ ସ୍ଥଗିତ

ଅକ୍ଷର ବ୍ୟୁରୋ: ବାହାମାସରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟାବହ ଦୁର୍ଘଟଣା ପରେ ସରକାର ସୁରକ୍ଷା ଦୃଷ୍ଟିରୁ ଫ୍ଲେମିଙ୍ଗୋ ଏୟାରର ସମସ୍ତ ଉଡ଼ାଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁଯାୟୀ, ବିମାନଟି ଦ୍ୱୀପପୁଞ୍ଜର ରାଜଧାନୀ ନାସାଉର ପଶ୍ଚିମରେ ଅବସ୍ଥିତ ଉତ୍ତର ଆଣ୍ଡ୍ରୋସ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ବାହାମାସର ପ୍ରଧାନମନ୍ତ୍ରୀ ଫିଲିପ୍ ବ୍ରେଭ୍ ଡେଭିସ୍ ପ୍ରଥମେ ଜଣେ ବ୍ୟକ୍ତି ବଞ୍ଚିଥିବା ସୂଚନା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସେ ସ୍ପଷ୍ଟ କରିଥିଲେ ଯେ, ଗୁରୁତର ଆହତ ସେହି ବ୍ୟକ୍ତି ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଫଳରେ ବିମାନରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ନିଶ୍ଚିତ ହୋଇଛି। ତେବେ ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।

ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଫିଲିପ୍ ବ୍ରେଭ୍ ଡେଭିସ୍ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ବାହାମାସ ସ୍ୱାଧୀନତାର ୫୩ତମ ବାର୍ଷିକୀ ପାଳନ କରୁଥିବା ସମୟରେ ଏହି ଦୁର୍ଘଟଣା ଦେଶ ପାଇଁ ଅତ୍ୟନ୍ତ ଦୁଃଖଦ। ଉତ୍ସବର ଦିନ ଏବେ ଶୋକର ଦିନରେ ପରିଣତ ହୋଇଛି। ମୃତକଙ୍କ ପରିବାର ପ୍ରତି ସରକାରଙ୍କ ପକ୍ଷରୁ ଗଭୀର ସମବେଦନା ଜଣାଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିବାବେଳେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ହେବା ପର୍ଯ୍ୟନ୍ତ ଫ୍ଲେମିଙ୍ଗୋ ଏୟାରର ସମସ୍ତ ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)