ଅକ୍ଷର ବ୍ୟୁରୋ: ଦେବଗଡ଼ ଥାନା ଅଞ୍ଚଳରେ ଜଣେ ୪ ବର୍ଷୀୟା ଶିଶୁକନ୍ୟାଙ୍କ ସହ ଯୌନ ଅପରାଧ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁସାରେ, ବୁଧବାର ସନ୍ଧ୍ୟାରେ ପଡ଼ୋଶୀ ୩୮ ବର୍ଷୀୟ ଘନଶ୍ୟାମ ନାୟକ କୁରକୁରେ ଦେବାର ପ୍ରଲୋଭନ ଦେଖାଇ ଶିଶୁକନ୍ୟାଙ୍କୁ ନିଜ ଘରକୁ ନେଇଥିଲେ। ସେଠାରେ ଶିଶୁକନ୍ୟାଙ୍କ ସହ ଯୌନ ଅପରାଧ ଘଟାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ତୁରନ୍ତ ମାମଲା ରୁଜୁ କରିଛି। ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ସୋ ଆଇନ ଅନୁଯାୟୀ ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ଅଭିଯୁକ୍ତ ଘନଶ୍ୟାମ ନାୟକଙ୍କୁ ଗିରଫ କରିଛି। ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ ସ୍ୱତନ୍ତ୍ର ପକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଥିବାବେଳେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।















Leave a Reply