ଡିଆରଜି ଯବାନଙ୍କ ଗୁଳିରେ ଟଳି ପଡ଼ିଛନ୍ତି ଟପ ମାଓନେତ୍ରୀ ରେଣୁକା!

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ପୁଲିସ-ମାଓବାଦଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ବିଜାପୁର-ଦାନ୍ତେୱାଡା ସୀମରେ ଗୁଳି ବିନିମୟ ଜାରି ରହିଥିବା ବେଳେ ସେଠାରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମାଓବାଦୀ ଜଣଙ୍କ ହେଉଛନ୍ତି ଟପ ମାଓ ନେତ୍ରୀ ରେଣୁକା ଓରଫ ବାନୁ।  ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ସଦସ୍ଯା ଭାବେ ସକ୍ରିୟ ରେଣୁକା ଦଣ୍ଡକାରଣ୍ୟରେ ସ୍ପେଶାଲ ଜୋନାଲ କମିଟିର ପ୍ରେସ୍ ବା ମିଡିଆ ଟିମ୍ ର ସଦସ୍ଯା ଥିଲେ।  ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଳେ ଆଜି ଦାନ୍ତେୱାଡା-ବିଜାପୁର ସୀମାବର୍ତ୍ତୀ ନେଲଗୋଡା-ଅକେଲି ଜଂଗଲରେ ଡିଆରଜି ଯବାନଙ୍କ ଗୁଳିରେ ଟଳି ପଡ଼ିଛନ୍ତି ରେଣୁକା। ତାଙ୍କ ନିକଟରୁ ଗୋଟିଏ ଇନସାସ୍ ବନ୍ଧୁକ ଜବତ ହୋଇଛି। ଆଜିର ଘଟଣାକୁ ମିଶାଇ ବସ୍ତର ସମ୍ଭାଗରେ ଗତ ୩ ମାସରେ ୧୧୯ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)