ଲଞ୍ଚ ହେଲା ଆଧାରର ନୂତନ ଆପ୍; ସୂଚନା ଦେଲେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ମୋଦୀ ସରକାର ନୂତନ ଆଧାର ଆପ୍ ଲଞ୍ଚ କରିଛନ୍ତି। ଏହା ସହିତ ବ୍ୟବହାରକାରୀଙ୍କୁ ସେମାନଙ୍କର ଆଧାର ସମ୍ପର୍କିତ ସୂଚନା ଯାଞ୍ଚ କରିବା ପାଇଁ କୌଣସି ଫିଜିକାଲ କାର୍ଡ କିମ୍ବା ଫଟୋ କପିର ଆବଶ୍ୟକତା ପଡ଼ିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ଜାରି କରିଛନ୍ତି।

X ରେ ପ୍ରକାଶିତ ଭିଡିଓ ଦର୍ଶାଉଛି ଯେ, ଏହି ଆପ୍ ମାଧ୍ୟମରେ ଫେସ୍ ଆଇଡି ପ୍ରମାଣୀକରଣ ସମ୍ଭବ ହେବ ଏବଂ ବ୍ୟବହାରକାରୀଙ୍କ ସମ୍ମତିରେ ତଥ୍ୟ ସୁରକ୍ଷିତ ଭାବରେ ସେୟାର କରାଯିବ । ବର୍ତ୍ତମାନ ଏହି ଆପ୍ ବିଟା ଟେଷ୍ଟିଂ ପର୍ଯ୍ୟାୟରେ ଅଛି । ଯାହା ଆଧାର ଯାଞ୍ଚକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରୁଛି । ଏହା ବ୍ୟବହାରକାରୀଙ୍କ ଗୋପନୀୟତା ବୃଦ୍ଧି କରିବ ଏବଂ ଆଧାରର ଅପବ୍ୟବହାରକୁ ମଧ୍ୟ ରୋକିବା ନେଇ ମଧ୍ୟ କୁହାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)