୨ ରୁ ୩ ଘଣ୍ଟା ଡାଉନ୍ ହେଲା ୟୁପିଆଇ ସର୍ଭିସ୍। କାମ କରୁନି ୟୁପିଆଇ। ଅନଲାଇନ ଟ୍ରାଞ୍ଜାକ୍ସନ୍ କରିପାରୁନାହାନ୍ତି ଗ୍ରାହକ। ଫଳରେ ଫୋନ୍ ପେ’, ଗୁଗୁଲ୍ ପେ’ ସହ ଅନ୍ୟ ଟ୍ରାଞ୍ଜାକ୍ସନ ଆପରେ ଟ୍ରାଞ୍ଜାକ୍ସନ ହୋଇପାରୁନି । ଫେଲ୍ ହୋଇଯାଉଛି ଟ୍ରାଞ୍ଜାକ୍ସନ । ଗ୍ରାହକମାନେ ସମସ୍ୟା ଭୋଗୁଥିବା ନେଇ ଅଭିଯୋଗ ଜଣାଇଛନ୍ତି । ତେବେ ଟେକ୍ନିକାଲ୍ ସମସ୍ୟା ଯୋଗୁଁ ୟୁପିଆଇ କାମ କରୁନଥିବା ଦର୍ଶାଇଛି NPCI ।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୨୬ ମିନିଟ୍ରୁ ୟୁପିଆଇ ଟ୍ରାଞ୍ଜାକ୍ସନରେ ସମସ୍ୟା ଆରମ୍ଭ ହୋଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ(NPCI ) ପକ୍ଷରୁ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଦର୍ଶାଯାଇଛି। NPCI କହିଛି, ବର୍ତ୍ତମାନ ଇଣ୍ଟରମିଟେଣ୍ଟ ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହେଉଛୁ। ଏହି କାରଣରୁ ୟୁପିଆଇ ଟ୍ରାଞ୍ଜାକ୍ସନ ଆଂଶିକ ପ୍ରଭାବିତ ହୋଇଛି। ଆମେ ଏହାକୁ ସମାଧାନ କରିବାକୁ ଚେଷ୍ଟା କରୁଛୁ। ୟୁପିଆଇ ଜନିତ ଅସୁବିଧା ପାଇଁ ଆମେ ଦୁଃଖିତ।












Leave a Reply