ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ପାକିସ୍ତାନ ଏବଂ ପିଓକରେ ରାତି ଅଧିଆ ହୋଇଛି ଏୟାରଷ୍ଟ୍ରାଇକ୍। ଏହି ଷ୍ଟ୍ରାଇକ ପରେ ଭାରତ ପକ୍ଷରୁ ସମ୍ବେଦନଶୀଳ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ ରଖାଯାଇଛି। ଭାରତର ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କଲା ଏଆର ଇଣ୍ଡିଆ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମଧ୍ୟ ଉଡ଼ାଣ ବନ୍ଦ କଲା।
ବଦଳୁଥିବା ପରିସ୍ଥିତି କାରଣରୁ ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସରକୁ ଉଡ଼ାଣ ବନ୍ଦ କରାଯାଇଛି। ସେହିପରି ଭୁଜ, ଜାମନଗର, ଚଣ୍ଡିଗଡ଼, ରାଜକୋଟକୁ ଉଡ଼ାଣ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରାଯାଇଛି। ଅମୃତସର ଆସିବାକୁ ଥିବା ୨ ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ରହିଛି।













Leave a Reply